ଭାରତର ନିର୍ବାଚନ ଆୟୋଗ ଅନୁଯାୟୀ ଲୋକସଭା  ନିର୍ବାଚ୨୦୨୪ର ପର୍ଯ୍ୟାୟ ୩ ରେ ଆଜି ରାତି ୮ ଟା ପର୍ଯ୍ୟନ୍ତ ୬୧.୪୫% ଆନୁମାନିକ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ଆସାମ ଓ ପଶ୍ଚିମବଙ୍ଗରେ ହୋଇଛି ।
ଆସାମରେ ୭୫.୨୬ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ ମତଦାନ ହୋଇଛି । ବିହାରରେ ୫୬.୫୫ ପ୍ରତିଶତ, ଛତିଶଗଡ଼ରେ ୬୬.୯୯ ପ୍ରତିଶତ, ଗୋଆରେ ୭୪.୨୭ ପ୍ରତିଶତ, ଗୁଜରାଟରେ ୫୬.୭୬ପ୍ରତିଶତ, କର୍ଣ୍ଣାଟକରେ ୬୬.୭୬ ପ୍ରତିଶତ, ମଧ୍ୟପ୍ରଦେଶରେ ୬୩.୦୯ ପ୍ରତିଶତ, ମହାରାଷ୍ଟ୍ରରେ ୫୪. ୭୭ ପ୍ରତିଶତ, ଉତ୍ତରପ୍ରଦେଶରେ ୫୭.୩୪ପ୍ରତିଶତ । ଦାଦର ନଗର ହାଭେଲି ଏବଂ ଦାମନ ଓ ଦିଉରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି।

 

By SonaliP

Leave a Reply

Your email address will not be published. Required fields are marked *