ମନ୍ତ୍ରୀଙ୍କ ଝିଅ ନା ମୁଖ୍ୟମନ୍ତ୍ରୀଙ୍କ କନ୍ୟା!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନବୀନ ବାବୁ ଓ ନବ ଦାସଙ୍କ ଭିତରେ ଅକ୍ଷରଗତ ବହୁ ସାମଞ୍ଜସ୍ୟ ଅଛି । ଖାଲି ସେ ହେଲେ ପଟନାୟକ । ଆଉ ଇଏ ହେଲେ ଦାସ । ହେଇପାରେ ଓଡ଼ିଶାରେ ଗଲା ୭/୮ ମାସ ଭିତରେ ନବଙ୍କ ଇଜ୍ଜତ୍‌ ବାରନ୍ଦା ଦି’କଡ଼ା ହେଇଯାଇଚି । ହେଇପାରେ ତାଙ୍କୁ ସଚିବମାନେ ଅଖା ଛ’ପଟରେ ପଚାରୁ ନାହାଁନ୍ତି । ହେଲେ ମୁଖିଆ ଓଡ଼ିଶାର ମୁଖ୍ୟ ହେଇପାରନ୍ତି । କିନ୍ତୁ ନବ ଦାସ ଝାରସୁଗୁଡା ଜିଲାର ମୁଖ୍ୟମନ୍ତ୍ରୀ । ଶଙ୍ଖ ପାର୍ଟି ନବଙ୍କୁ ହରାଇବା ପାଇଁ ବହୁ ଚେଷ୍ଟା କରି ବିଫଳ ହେଇଥିଲା । ତେଣୁ ତାଙ୍କୁ ଦଳକୁ ନେଇଆସି ଝାରସୁଗୁଡାରେ ଶଙ୍ଖ ପତାକା ଉଡାଇପାରିଲେ ମୁଖିଆ ।
ତେଣୁ ମୋଟାମୋଟି ଭାବେ ତାଙ୍କୁ କୁହାଯାଏ ଝାରସୁଗୁଡା ସିଏମ୍‌ । ସେଠି ବେଦାନ୍ତ କହନ୍ତୁ କି ରେଦାନ୍ତ । ସବୁ କମ୍ପାନୀ ନବୀନଙ୍କ ଅପେକ୍ଷା ନବଙ୍କୁ ବେଶୀ ଖାତିର କରନ୍ତି । ତେଣୁ ତାଙ୍କ ଝିଅ ଦିପାଳୀ ବାପାଙ୍କୁ ମୁଖ୍ୟମନ୍ତ୍ରୀ କହି କ’ଣ ଭୁଲ୍‌ କଲେ? ଯେତେହେଲେ ସିଏ ହଉଚନ୍ତି ମନ୍ତ୍ରୀଙ୍କ ଝିଅ । ପୁଣି ମନ୍ତ୍ରୀ ହଉଚନ୍ତି ଝାରସୁଗୁଡା ସିଏମ୍‌ । ଝିଅ ଯଦି ବାପାଙ୍କୁ ମୁଖ୍ୟମନ୍ତ୍ରୀ ଜ୍ଞାନ କଲେ, ତେବେ ନିନ୍ଦୁକମାନେ ଏମିତି ଛାଟିପିଟି କାହିଁକି ହଉଚନ୍ତି?
ଏବେ ଦିପାଳୀ ହଉଚନ୍ତି ପୂରା ଜିଲାରେ ବାପା ନବଙ୍କ ଚଳନ୍ତି ପ୍ରତିମା । ତେଣୁ ସେଠିକା ଜିଲାପାଳ ହୁଅନ୍ତୁ କି ଏସ୍‌ପି, କାହାର ଦମ୍‌ ଅଛି ଚଳନ୍ତି ପ୍ରତିମାଙ୍କୁ ଆକଟ କରିପାରିବେ? ହେଲା ଦିପାଳୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନ୍‌ଫରେନ୍ସ ହଲ୍‌ରେ ନରସିଂହ-ବିଷ୍ଣୁପି୍ରୟା ସେବା ଟ୍ରଷ୍ଟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କ’ଣ ଭାସିଗଲା ସେଠାରୁ? ଯେତେହେଲେ ସେ ଝାରସୁଗୁଡା ସିଏମ୍‌ ନବ ଦାସଙ୍କ ଝିଅ ଓ ଚଳନ୍ତି ପ୍ରତିମାଟି! କଲେକ୍ଟରଙ୍କ ପରମିଶନ୍‌ ନବା ଜରୁରୀ କି? ଜାଣିଲେ ବି କଲେକ୍ଟର କ’ଣ ଉଖାଡି ଦେବେ? ବାପାଙ୍କ ଦୟାରୁ ପୋଷ୍ଟିଂ ହେଇଚନ୍ତି । ତେଣୁ ବେନିୟମ କାମ ହେଲେ ବି ପାଟି ଖୋଲି କୀଳା କାହିଁକି ନେବେ ଯେ?
ଏହି କାର୍ଯ୍ୟକ୍ରମ ବେଆଇନ୍‌ ଭାବେ ସରକାରୀ ପ୍ରେକ୍ଷାଳୟରେ ହେଲା । ଏଯାଏଁ କଲେକ୍ଟର କିଛି ଆକସନ୍‌ ନେଇପାରିଲେ କି? ସଭାରେ କନ୍ୟା ଦିପାଳୀ ନବ ଦାସଙ୍କୁ ନବୀନ ଭାବି ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ । ଏକଥା ତାଙ୍କ ଦୃଷ୍ଟିକୁ ଅଣା ମଧ୍ୟ ଯାଇଥିଲା । କିନ୍ତୁ ନରମିବେ କ’ଣ ସତେ ଯେମିତି ବାପାଙ୍କୁ ସିଏମ୍‌ କହି କିଛି ଭୁଲ୍‌ କରିନାହାଁନ୍ତି ବୋଲି ତମ୍ବିତୋଫାନ କରିପକାଇଲେ ।
ଇଏ ହେଲେ ସେଇ ଦିପାଳୀ ଯିଏ ସରକାରୀ କଟକଣା ଓ ଗୋପନୀୟତା ଆଇନ୍‌ ଉଲ୍ଲଂଘନ କରି ହିରାକୁଦ ବନ୍ଧର ନିଷିଦ୍ଧାଞ୍ଚଳକୁ ବାନ୍ଧବୀମାନଙ୍କୁ ଧରି ଯାଇଥିଲେ । ପରେ ଜାଣି ନଥିଲୁ ବୋଲି କହି ଦନ୍ଦାଦେଶରୁ ପାର୍‌ ପାଇଗଲେ । ଲାଗୁଚି ସରକାରୀ ନିୟମକାନୁନ୍‌ ଭାଙ୍ଗିବା ପାଇଁ ସତେ ଯେମିତି କନ୍ୟା ଦିପାଳୀ ଟ୍ରେନିଂ ପାଇସାରିଚନ୍ତି ।
କୋଭିଡ୍‌ କିଣା କେଳଙ୍କାରୀରେ ବାପା ବିବାଦରେ ପଡିଯାଇସାରିଚନ୍ତି । ମନ୍ଦିରରେ ପୂଜାପାଠ କରି ଗାଦି ବଞ୍ଚାଇବାକୁ ସେ ଚେଷ୍ଟା କରୁଚନ୍ତି ବୋଲି ସାରା ପଶ୍ଚିମଓଡ଼ିଶାରେ ଭାରି ଚର୍ଚ୍ଚା । କିଏ ଜାଣେ ନବ ଦାସ ସିଏମ୍‌ ହବାକୁ ଚେଷ୍ଟା ଯେ କରୁନଥିବେ? ନହେଲେ ଝିଅ ମୁହଁରୁ ବାପାଙ୍କୁ ସିଏମ୍‌ ସମ୍ବୋଧନ ଏମିତି ବାହାରି ଯାଇଥାନ୍ତା କି?
ପାଟିରୁ ଏମିତି ଅନେକ ସମୟରେ କଥା ଖସିଯାଇଥାଏ । ଆମେ ସେ କଥାକୁ ଧରିବା ଠିକ୍‌ ହବନି । ହେଲେ ସରକାରୀ ପ୍ରେକ୍ଷାଳୟରେ ନିଜ ଘର ଟ୍ରଷ୍ଟର ଫଙ୍କସନ୍‌ କରିବା କଉଁ ଦୃଷ୍ଟିରୁ ଠିକ୍‌ କି? ଭାବୁଚୁ କନ୍ୟା ଭାବି ନେଇସାରିଚନ୍ତି ଯେ, ସରକାର ଆମର । ଆମେ ଯାହା କରିପାରିବୁ । ନିଷିଦ୍ଧାଞ୍ଚଳରେ ପଶିଯିବୁ । ଡିଆର୍‌ଡିଏ ଅଫିସରେ ଘରୋଇ ଫଙ୍କସନ୍‌ କରିବୁ । କିଏ କ’ଣ କହୁଚି କହୁ । କିଏ କ’ଣ ଉଖାଡିବା କଥା ଉଖାଡୁ । ଆମ କନେକସନ୍‌ ଡାଇରେକ୍ଟ ଥାର୍ଡ ଫ୍ଲୋରରେ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*