କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ ରବିନ୍ଦ୍ର ନାୟକଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା ଏବଂ କଟକର ଏକାଧିକ ସ୍ଥାନରେ ଚଢ଼ଉ କରାଯାଉଛି । କଟକ ଜିଲ୍ଲା ବାରଙ୍ଗ ଥାନା ଅଧିନସ୍ଥ ମୁଣ୍ଡୁଳି ଗୋଡ଼ିସାହିରେ ଥିବା ଚାରି ମହଲା ବିଶିଷ୍ଟ ବାସଭବନ, ବାଙ୍କୀ ଥାନା ଅନ୍ତର୍ଗତନ ସାହାଡ଼ପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ବନାଞ୍ଚଳ କାର୍ୟ୍ୟାଳୟ ଏବଂ ବନ ବିଭାଗ କ୍ୱାଟର୍ସରେ ଚଢ଼ଉ କରାଯାଉଛି । ଏହି ଚଢାଉରେ ପାଞ୍ଚ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ନଅ ଜଣ ଇନ୍ସପେକ୍ଟର, ପାଞ୍ଚ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ASI) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । Post navigation Four Minors Rescued From Chhatrapur: ଦାଦନ ଚାଲାଣ ବେଳେ ବ୍ରହ୍ମପୁରରୁ ୪ ନାବାଳକ ଉଦ୍ଧାର, ୨ ଅଟକ