ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୬୧ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରୁ ୪ ଲକ୍ଷ ୨୯ ହଜାର ମନୋନୀତ ହୋଇଛନ୍ତି । ସିଲେକ୍ସନ ହାର ପ୍ରାୟ ୯୩.୦୪% ରହିଛି । କଳାରେ ୨,୭୬,୯୨୫ ଓ ବିଜ୍ଞାନରେ ୧,୨୧,୪୯୪ ଜଣ ଶିକ୍ଷାର୍ଥୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ପାଇଁ ମନୋନୀତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ନାମଲେଖା କଟ ଅଫ୍ ମାର୍କରେ ରେଭେନ୍ସା ଶୀର୍ଷରେ ରହିଛି ,କଳା- ୮୧%, ବାଣିଜ୍ୟ ୮୨.୪୦%, ବିଜ୍ଞାନ ୯୩.୪୦% ।ସେହିପରି କଳା, ବାଣିଜ୍ୟ କଟ୍ ଅଫ୍ର ଦ୍ବିତୀୟ ସ୍ଥାନରେ ରହିଛି ରାଉରକେଲା ସରକାରୀ HSC । ରାଉରକେଲା ସରକାରୀ HSC- କଳାରେ ୮୦.୬୭%, ବାଣିଜ୍ୟରେ ୮୧.୨୦% । ଏହା ସହ ବିଜ୍ଞାନ କଟ୍ ଅଫ୍ର ଦ୍ବିତୀୟ ସ୍ଥାନରେ ବିଜେବି; କଟ୍ ଅଫ୍ ୯୦% ଯାଇଛି। Post navigation Vigilance Raids Kendrapada Forest Ranger’s properties: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ବନାଞ୍ଚଳ ବନ ଅଧିକାରୀ Bomb Threat Email triggers Panic at Bhubaneswar Court