ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିପୁଳ ସଫଳତା ହାସଲ କରି କ୍ୟାମ୍ପସରେ ନିଜର ଦବଦବା କାୟମ ରଖିଛି। ମୋଟ ୯ଟି ପଦବୀ ମଧ୍ୟରୁ ୭ଟି ଆସନରେ ABVP ପ୍ରାର୍ଥୀମାନେ ଚିତ୍ତାକର୍ଷକ ବିଜୟ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଏବିଭିପି ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ବିଜୟ ଧ୍ବଜା ଉଡ଼ାଇଛି। ଏହି ନିର୍ବାଚନରେ ABVP ର ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆୟୁଷ୍ମୀ ପ୍ରଧାନ ସାଧାରଣ ସମ୍ପାଦକ ପଦବୀ ହାସଲ କରିଛନ୍ତି। ସେହିପରି NSUI ଏବଂ AISF ସମର୍ଥିତ ପ୍ରାର୍ଥୀ ପପୁ ରାଉତ ଉପସଭାପତି ଭାବେ ଏବଂ NSUI ର ଜ୍ୟୋତିଶ୍ରୀ ସାହୁ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସାଂସ୍କୃତିକ ପରିଷଦ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ, ସମାଜସେବା ପରିଷଦ ସମ୍ପାଦକ ଭାବେ ମିଲନ କୁମାର ମେହେର ଏବଂ ‘ବାଣୀ ବିକାଶ’ ପତ୍ରିକାର ସମ୍ପାଦକ ଭାବେ ଜୀବନ ଜ୍ୟୋତି ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି। ଫଳାଫଳ ଘୋଷଣା ପରେ କ୍ୟାମ୍ପସରେ ABVP କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଛନ୍ତି। Post navigation PM Modi Meets Asian Games Medal Winners: ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ RD Women’s University Student Union Election: ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ