ଭୁବନେଶ୍ୱରରେ ସ୍ୱେରେଜ୍ ପାଇପ୍ଲାଇନ୍ ବିଛାଇବା କାମ ଯୋଗୁଁ ଆସନ୍ତା ସେପ୍ଟେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହେବ । ଜାଗମରା ଛକରୁ ବରବାରୀ ପର୍ଯ୍ୟନ୍ତ ସ୍ୱେରେଜ୍ ପାଇପ୍ଲାଇନ୍ ବିଛାଇବା କାମ କରାଯିବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରାଯାଇଛି । ପାଇପ୍ଲାଇନ୍ କାମ ଚାଲିଥିବା ସମୟରେ ରାସ୍ତାର ଗୋଟିଏ ଲେନ୍ ବନ୍ଦ ରହିବ । ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇପାରେ । ଟ୍ରାଫିକ୍ ବ୍ୟବସ୍ଥା ଅନୁଯାୟୀ, ଜାଗମରାରୁ ଖଣ୍ଡଗିରି ଅଭିମୁଖେ ଯାନବାହନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ । ଏହି ରୁଟ୍ର ଯାନବାହନଗୁଡ଼ିକ ନୀଳକଣ୍ଠନଗର ଦେଇ ଯାତାୟାତ କରିବେ । ଅନ୍ୟପକ୍ଷରେ, ଖଣ୍ଡଗିରିରୁ ଜାଗମରା ଅଭିମୁଖେ ହାଲୁକା ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । ନିର୍ମାଣ କାର୍ଯ୍ୟ ସମୟରେ ଟ୍ରାଫିକ୍ ନିୟମ ମାନିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି । Post navigation Odisha CM to Visit Dubai: ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବେ