ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ମୋଟ ୩୪୮ଟି କଲେଜରେ ନିର୍ବାଚନ ପାଇଁ ୮୩୨୫ଟି ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ, ସେଥିମଧ୍ୟରୁ ୧୧୭୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ପ୍ରାର୍ଥୀପତ୍ର ଯାଞ୍ଚ ପରେ ମୋଟ ୭୧୬୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏବେ ନିର୍ବାଚନକୁ ନେଇ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନ ପ୍ରତ୍ୟାହାର କରିବାର ଆଜି ହେଉଛି ଶେଷ ଦିନ । କଲେଜ ସ୍ତରରେ ମୋଟ ୧,୬୨୦ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ, ବିଶ୍ୱବିଦ୍ୟାଳୟ ସ୍ତରରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । Post navigation Administrative Irregularities in Bhadrak: ଭଦ୍ରକରେ ପ୍ରଶାସନିକ ଅନିୟମିତତା ଅଭିଯୋଗ: ୨ ଅଧିକାରୀ ନିଲମ୍ବିତ Mahalaya Amavasya: ଆଜି ମହାଳୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ପିଣ୍ଡଦାନ