ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ବେଶ୍ ଉତ୍ସାହଜନକ ପରିବେଶ ମଧ୍ୟରେ ଆରମ୍ଭ ହୋଇଯାଇଛି। ସକାଳୁ କ୍ୟାମ୍ପସଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ନିଜ ନିଜର ପସନ୍ଦର ନେତା ବାଛିବା ପାଇଁ ସମସ୍ତେ ମତଦାନ କେନ୍ଦ୍ର ଆଗରେ ଧାଡ଼ି ବାନ୍ଧିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଭୋଟିଂ ପ୍ରକ୍ରିୟା ଜାରି ରହିବ। ଏହାପରେ ଭୋଟ ଗଣତି ଆରମ୍ଭ କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ। ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ମତଦାନ ସମ୍ପାଦନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ କ୍ୟାମ୍ପସରେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। Post navigation BJD Slams CM Over Mining Law: ସଂଶୋଧିତ ଖଣି ଆଇନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା