ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଓ ରତ୍ନ ଗଣତିମଣତି କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ପରବର୍ତ୍ତୀ ଗଣତିମଣତି ତାରିଖ ଡିସେମ୍ବର ୧୦ ତାରିଖ ପରେ ଜଣାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ଚାଲିଥିବା ଗଣତି ପ୍ରକ୍ରିୟାରେ ୧୯୭୮ ମସିହାର ତାଲିକା ସହିତ ସମସ୍ତ ସାମଗ୍ରୀ ସଂପୂର୍ଣ୍ଣ ମେଳ ଖାଉଛି। କୌଣସି ପ୍ରକାର ତ୍ରୁଟି ନ ରଖି ନିର୍ଭୁଲ ଭାବରେ ଗଣତିମଣତି ପ୍ରକ୍ରିୟା ଶେଷ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। Post navigation 250 Crore Jagannath Land Reclaimed in Puri: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିଲା ୨୫୦ କୋଟିର ୫୨.୨୨ ଏକର ଜମି