ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି। ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ । ଯୁବକଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାମୁତାବକ, ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଆସି ତାଙ୍କୁ ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଥିଲା । ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *