ଦୁର୍ନୀତିଖୋରଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କଡ଼ା ଆଭିମୁଖ୍ୟ। ଲାଞ୍ଚ ନେଇ ତଳ କର୍ମଚାରୀ ଭିଜିଲାନ୍ସରେ ଧରା ପଡ଼ିଲେ ଉତ୍ତରଦାୟୀ ହେବେ ଉପରିସ୍ଥ ଅଧିକାରୀ ।

ଗତ ୧୭ ତାରିଖରେ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ଧରାପଡ଼ିବାରୁ ଏହି ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଏଭଳି ଘଟଣା ପୁନରାବୃତ୍ତି ହେଲେ ସମ୍ପୃକ୍ତ ସର୍କଲ ଓ ଡିଭିଜନ ମୁଖ୍ୟଙ୍କ ଉପରେ ସିଧାସଳଖ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ ବୋଲି ସତର୍କ କରାଯାଇଛି। ଏନେଇ ଵିଭାଗ ତରଫରୁ ସବୁ ଡିଭିଜନର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ।

Leave a Reply

Your email address will not be published. Required fields are marked *