ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁଗମ ଓ ସୃଙ୍ଖଳିତ ଦର୍ଶନ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଗାମୀ ୩ ରୁ ୪ ମାସ ଭିତରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଆଜି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ ଆସି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ମନ୍ତ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଆଗାମୀ ୩ ରୁ ୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ଗୋଟିଏ ଧାଡ଼ିରେ ଏକାସହିତ ଆନୁମାନିକ ୫୦ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରତି ଘଣ୍ଟାରେ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇପାରିବେ। ଏହି ଯୋଜନାର ‘ପାଇଲଟ୍ ମଡେଲ’ ଆସନ୍ତା ୮ ରୁ ୧୦ ଦିନ ଭିତରେ କାର୍ଯ୍ୟକାରୀ କରାଯିବ।

ଏହି ନୂତନ ବ୍ୟବସ୍ଥା ଦ୍ୱାରା ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ବିନା କୌଣସି ଅସୁବିଧାରେ ଶାନ୍ତିପୂର୍ଣ୍ଣ ଭାବେ କାଳିଆ ସାଆନ୍ତଙ୍କ ଦର୍ଶନ ଲାଭ କରିପାରିବେ।

 

Leave a Reply

Your email address will not be published. Required fields are marked *