ଆସନ୍ତା ୩୦ ଅଗଷ୍ଟ ୨୦୨୬ ରବିବାର ଦିନ ‘ନିଟ୍-ପିଜି ୨୦୨୬’ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଗୋଟିଏ ସିଫ୍ଟରେ ସକାଳ ୯:୦୦ ଟାରୁ ଦିନ ୧୨:୩୦ ଟା ପର୍ଯ୍ୟନ୍ତ ଚାଲିବ। କମ୍ପ୍ୟୁଟର ଆଧାରିତ (CBT) ମୋଡ୍ରେ ହେବ ପରୀକ୍ଷା । ଅନ୍ୟପଟେ ପୂର୍ବରୁ ଆଡମିଟ୍ କାର୍ଡ ୨୪ ଅଗଷ୍ଟ ୨୦୨୬ରେ ଜାରି ହେବାର ଥିଲା, ମାତ୍ର କିଛି ଅପରିହାର୍ଯ୍ୟ କାରଣ ଏବଂ ଅସାମ ଓ ମେଘାଳୟରୁ ମିଳିଥିବା ଅନୁରୋଧକୁ ଦୃଷ୍ଟିରେ ରଖି ଏଥିରେ ସଂଶୋଧନ କରାଯାଇଛି। ଏବେ ଆସନ୍ତା ୨୫ ଅଗଷ୍ଟ ୨୦୨୬ରୁ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପରୀକ୍ଷାର୍ଥୀମାନେ NBEMS ର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। Post navigation Queue Darshan System at Puri Srimandir: ୩-୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ