ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ବର୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି । ତାଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।  ରାଉତଙ୍କୁ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

ଭ୍ରଷ୍ଟାଚାର, ବ୍ୟଭୀଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ଅନୁପ୍ରାଣିତ କରିଛି ବୋଲି ରାଉତ କହିଛନ୍ତି ।ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *