ଆଜିଠୁ ବିଜେଡି ଶିବିରରେ ଟିକେଟ କସରତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଯାହାକୁ ନେଇ କିଛି ନେତାଙ୍କୁ ଆଜି ନବୀନ ନିବାସ ଡାକରା ହୋଇଛି।

ସୂଚନା ଅନୁଯାୟୀ, ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନବୀନ ନିବାସ ଡାକରା ହୋଇଛି। ତେବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ, ବିଧାୟକ ଏବଂ ବରିଷ୍ଠ ନେତା ଏଥିରେ ସାମିଲ ହୋଇଛନ୍ତି। ବିଜେଡିର ସମ୍ଭାବ୍ୟ ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ ସାହୁ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ବର୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି।

ଅନ୍ୟପଟେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ନବୀନ ନିବାସ ଯାଇଛନ୍ତି। ସେହିପରି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା, ପୁରୀ ନେତା ତଥା ରାଜ୍ୟସଭା ସାଂସଦ ଶୁଭାଶିଷ  ଖୁଣ୍ଟିଆ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଲୋକସଭା ନିର୍ବାଚନ କ୍ଷେତ୍ରର ସମସ୍ତ ବିଧାନସଭା ଆସନରେ ଦଳର ସ୍ଥିତି ନେଇ ଆଲୋଚନା କରିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *