ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ପୁରୀ ଗଜପତି ମହାରାଜା । ଭାରତ ବାହାରେ ଇସ୍କନ ଦ୍ୱାରା ମନଇଚ୍ଛା ତାରିଖରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ପାଳନ କରିବା ନେଇ ବଢ଼ୁଥିବା ବିବାଦର ସମାଧାନ ପାଇଁ ପୁଣି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଅନୁରୋଧ କରିଛନ୍ତି। ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ଲୋଡ଼ିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ।

ଗଜପତି ନିଜ ଚିଠିରେ ଲେଖିଛନ୍ତି ପରମ୍ପରାକୁ ଭାଙ୍ଗି ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି ।ଏହା ଜଗନ୍ନାଥପ୍ରେମୀଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଉଛି । ମହାପ୍ରଭୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ତୁରନ୍ତ ଏହାକୁ ବନ୍ଦ କରାନ୍ତୁ ।

Leave a Reply

Your email address will not be published. Required fields are marked *