ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ମୋ ବିରୋଧରେ ଯଦି ଆରୋପ ଆସିଛି ତେବେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ବହୁତ ଅଭିଯୋଗ ଅଛି। ମୁଖ୍ୟମନ୍ତ୍ରୀଙ୍କ ନାଁରେ କୋଇଲା ଦୁର୍ନୀତି ଅଭିଯୋଗ ରହିଛି ।ବାରମ୍ବାର ତଦନ୍ତ ମଧ୍ୟ ହୋଇଛି।

ତାଙ୍କ ବିରୁଦ୍ଧରେ ପାଣ୍ଡିଆନ ଦେଇଥିବା ଧମକକୁ ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ “ତୋ ଷ୍ଟାଟସ କଣ, ତୁ କେତେ ଥର ଜେଲ ଯିବୁ, ନିର୍ବାଚନ ସରିଲେ ମୁଁ ଦେଖିବି”। “ଜିଲ୍ଲାପାଳ ଥିଲା ବେଳେ ମୋ ଶରଣରେ ଥିବା ଲୋକ ଏବେ ନବୀନ ପାୱାରରେ ମୋତେ ଧମକ ଦେଉଛି” ବୋଲି ସେ କହିଛନ୍ତି ।

ଭିଡ଼ିଓ ଦେଖନ୍ତୁ 👇

9a060df6-3deb-4bfe-a4e3-980b91b559f0

ଅନ୍ୟପଟେ ପ୍ରଦୀପ ଲଗେଇବା ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କର କୌଣସି ମତାମତ ମିଳିପାରିନାହିଁ।

ସୂଚନା ଅନୁସାରେ; ଆଗାମୀ ନିର୍ବାଚନରେ ​​ବିଜେଡି ପ୍ରାର୍ଥୀଙ୍କ ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ନିଜର ଅଭିଯାନ ଜାରି ରଖିଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲାର ଚିକିଟିରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ କହିଛନ୍ତି ଯେ ଜାମିନରେ ଥିବା ଲୋକଙ୍କୁ ପୁର୍ନବାର ଜେଲକୁ ପଠାଯିବା ଉଚିତ ଏବଂ ନା ସଂସଦକୁ ପଠାଯିବା ଉଚିତ। ତାଙ୍କ ଭାଷଣରେ କାହାର ନାମ ନ ରଖି 5T ଅଧ୍ୟକ୍ଷ କହିଛନ୍ତି ଯେ ଅପରାଧୀଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ହେଉଛି ଜେଲ କିନ୍ତୁ ବିରୋଧୀ ରାଜନୈତିକ ଦଳ ସେମାନଙ୍କୁ ପ୍ରାର୍ଥୀ କରିଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ସ୍ଥାନ ଦେଖାଯିବା ଉଚିତ।

 

Leave a Reply

Your email address will not be published. Required fields are marked *