ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ (Cyclone Akvan) ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା କଟକଣା ଜାରି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩ ଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିରରେ ହବିଷ୍ୟାଳୀମାନଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି।

କାର୍ତ୍ତିକ ମାସ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନେ ଆସନ୍ତା ନଭେମ୍ବର ୧୯, ୨୦ ଏବଂ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ । ଏହା ସହିତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ତିନି ଦିନ ପାଇଁ ଗୁଣ୍ଡିଚା ମନ୍ଦିର ମଧ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଆଜି ଅର୍ଥାତ୍ ନଭେମ୍ବର ୧୮ ତାରିଖଠାରୁ ପୁରୀ, ଚନ୍ଦ୍ରଭାଗା ଏବଂ ଅସ୍ତରଙ୍ଗ ବେଳାଭୂମିକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣିପାଗ ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି।

ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ପୁରୀ ସମେତ ଜିଲ୍ଲାର ଅନ୍ୟାନ୍ୟ ବେଳାଭୂମିଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଡ଼ା କଟକଣା ଜାରି କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଏନଡିଆରଏଫ୍ ଟିମକୁ ଜରୁରୀକାଳୀନ ସେବା ପାଇଁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *