ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳ ଚଞ୍ଚଳ ବିଜେପି ଶିବିର। ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଓଡ଼ିଶାକୁ ଘନ ଘନ ଆସୁଛନ୍ତି କେନ୍ଦ୍ର ନେତୃମଣ୍ଡଳୀ। ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା, ତାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ରାଜସ୍ଥାନ ବିଜେପି ମୁଖ୍ୟ ସିପି ଯୋଶୀ ପ୍ରଚାର କମିଟି ବୈଠକରେ ଯୋଗ ଦେଇ ନିର୍ବାଚନ ରଣନୀତି ବିଷୟରେ ଆଲୋଚନା କରିଥିଲେ।

ଏହି ବୈଠକରେ ରାଜ୍ୟ ବିଜେପି ମହାମନ୍ତ୍ରୀ (ସଂଗଠନ) ମାନସ କୁମାର ମହାନ୍ତି ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଉଭୟ କେନ୍ଦ୍ରୀୟ ନେତା। ଏହାସହ ଓଡ଼ିଶାରେ ପଦ୍ମ ଫୁଟିବା ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ରାଜ୍ୟରେ ଏଥର ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *