ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ଖରା। ଆକାଶରୁ ଖରା ତ ନୁହଁ ଯେପରି ନିଆଁ ବର୍ଷା ହେଉଛି । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେ ସବୁ ୧୧ ଜିଲ୍ଲା ହେଉଛି କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ଅନୁଗୁଳ ଆଦି ।ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ତାପମାତ୍ରାରେ ସର୍ବକାଳୀନ ରେକର୍ଡ କରିଛି ବାରିପଦା ସହର । ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *