Cyclone Arnab: OPSC Reschedules OCS Main Exams, Odia-English Papers on October 31

ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି OCS ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ପରିବର୍ତ୍ତନ କରିଛି ଓଡ଼ିଶା ଲୋକସେବା ଆୟୋଗ (OPSC)। ଆୟୋଗ ପକ୍ଷରୁ ଜାରି ନୂଆ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୨୯ ଓ ୩୦ ତାରିଖରେ ହେବାକୁ ଥିବା ପରୀକ୍ଷା ଏବେ ଭିନ୍ନ ତାରିଖରେ ଅନୁଷ୍ଠିତ ହେବ।

ସଂଶୋଧିତ ସୂଚୀ ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଓଡ଼ିଆ ଓ ଇଂରାଜୀ ଭାଷା ପରୀକ୍ଷା ଅକ୍ଟୋବର ୩୧ ତାରିଖରେ ହେବ। ସେହିପରି ଅକ୍ଟୋବର ୩୦ ତାରିଖରେ ଧାର୍ଯ୍ୟ ହୋଇଥିବା ପ୍ରବନ୍ଧ ପେପର୍‌-୧ ପରୀକ୍ଷା ନଭେମ୍ବର ୫ ତାରିଖରେ ଆୟୋଜିତ ହେବ।

ଅନ୍ୟପକ୍ଷରେ, ନଭେମ୍ବର ୨, ୪ ଓ ୭ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକର ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ। ନଭେମ୍ବର ୨ରେ ଜେନେରାଲ୍ ଷ୍ଟଡିଜ୍ ପେପର୍‌-୧ ଓ ୨, ନଭେମ୍ବର ୪ରେ ଜେନେରାଲ୍ ଷ୍ଟଡିଜ୍ ପେପର୍‌-୩ ଓ ୪ ଏବଂ ନଭେମ୍ବର ୭ରେ ଅପ୍ସନାଲ୍ ବିଷୟଗୁଡ଼ିକର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବ।

ବାତ୍ୟାଜନିତ ପରିସ୍ଥିତିକୁ ଆଧାର କରି OPSC ଏହି ପଦକ୍ଷେପ ନେଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ସମ୍ପର୍କିତ ଅଧିକ ସୂଚନା ପାଇଁ ଆୟୋଗର ଅଧିକାରିକ ବିଜ୍ଞପ୍ତି ଅନୁସରଣ କରିବା ଉଚିତ।

 

cyclone-arnab-opsc-reschedules-ocs-main-exams

By Nirvay

Leave a Reply

Your email address will not be published. Required fields are marked *