ଓଡ଼ିଶା ଉପକୂଳ ଆଡକୁ ମାଡିଆସୁଛି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ଭୟବହତାକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରମୁଖ ଜଳପଥ ତଥା ପାରାଦୀପ ବନ୍ଦରରେ ୨ ନମ୍ବର ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ବନ୍ଦର କର୍ତ୍ତୃପକ୍ଷ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ବ୍ୟାପକ କରାଯାଇଛି। ଆଜି ସକାଳୁ ପାରାଦୀପରେ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ପରିଲକ୍ଷିତ ହୋଇଛି।

ଏହି ସତର୍କ ସୂଚନା ପରେ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଥିବାରୁ ସମସ୍ତ ପ୍ରାଣୀବାହୀ ଓ କୋଷ୍ଟଗାର୍ଡ ଜାହାଜ, ବୋଟ୍ ଏବଂ ଡ୍ରେଜର୍ ଗୁଡ଼ିକୁ ଶୀଘ୍ର ବନ୍ଦର ଅଞ୍ଚଳ ଛାଡ଼ି ନିରାପଦ ସ୍ଥାନକୁ ଚାଲିଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ ସାଧାରଣ ଜନତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବେଳାଭୂମି ଅଞ୍ଚଳରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଓ କଡ଼ା ନିଷେଧାଦେଶ ଜାରି କରାଯାଇଛି। ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି।

Leave a Reply

Your email address will not be published. Required fields are marked *