ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସହ୍ୟ ତାତି । ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ବିଶ୍ବରେ ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶାର ବାରିପଦା । ଯେଉଁଠି ଆଜିର ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି, ସେହିପରି ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର ଯାହାର ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଥିବ ବେଳେ ଦଶମ ସ୍ଥାନରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର , ଯାହାର ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ରିପୋର୍ଟ ଅନୁସାରେ, ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଓମାନର ଜୋବା, ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ବାରିପଦା, ତୃତୀୟ ସ୍ଥାନରେ ଓଡ଼ିଶାର ବାଲେଶ୍ୱର, ଚତୁର୍ଥ ସ୍ଥାନରେ ରହିଛି ଆଫ୍ରିକାର ନଦଜାମେନା । ପଞ୍ଚମ ସ୍ଥାନରେ ମିଆଁମାରର ଚୌକା, ଷଷ୍ଠ ସ୍ଥାନରେ ରହିଛି ନାଇଜର ବିଲମା,ସପ୍ତମ ସ୍ଥାନରେ ଝାରଖଣ୍ତର ଜାମସେଦପୁର, ଅଷ୍ଟମ ସ୍ଥାନରେ ପଶ୍ଚିମବଙ୍ଗର ମେଦିନାପୁର, ନବମ ସ୍ଥାନରେ ନାଇଜରର ଗୁଜଗମି ଏବଂ ଦଶମ ସ୍ଥାନରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ।

Leave a Reply

Your email address will not be published. Required fields are marked *