ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତାକୁ ସିଲ୍ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲିଠାରୁ ଉଭୟ ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବ । ବାତ୍ୟା ଓ ଲଗାଣ ବର୍ଷା ସମୟରେ ଭୂସ୍ଖଳନ, ଗଛ ଉପୁଡ଼ିବା ଏବଂ ଅନ୍ୟାନ୍ୟ ଅଘଟଣର ଆଶଙ୍କା ଥିବାରୁ ଯାତାୟାତକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯାତାୟାତ ନକରିବାକୁ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । Post navigation Puri Halts Srimandir Darshan for Habishyalis: ବାତ୍ୟା ଆକଭନ୍ ଭୟ: ପୁରୀ ଶ୍ରୀମନ୍ଦିରରେ ୩ ଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ