ନିର୍ବାଚନ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି କରାଯାଇଛି । ଏଣିକି ଜିଲା ପରିଷଦ ସଭାପତି ମାସିକ ୩୦ହଜାର ପାଇବେ ।

ଜିଲା ପରିଷଦ ଉପସଭାପତି ମାସିକ ୨୦ହଜାର ଟଙ୍କା ପାଇବେ । ଏହାସହିତ ଜିଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ୧୦ହଜାର ମିଳିବ । ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ହଜାର । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ମାନେ ପାଇବେ ୭୫୦୦ ଟଙ୍କା । ସରପଞ୍ଚ ମାନେ ପୂର୍ବରୁ ପାଉଥିଲେ ୨୩୫୦, ଏବେ ପାଇବେ ମାସିକ ୧୦ହଜାର ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *