ଦିଲ୍ଲୀରେ ସରିଛି ମେଣ୍ଟ ଚର୍ଚ୍ଚା। ଲାଗିରହିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି। ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ରାଜ୍ୟ ନେତାଙ୍କ ଘନ ଘନ ବୈଠକରେ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଛି। କାଲି ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି ।

ବିଜେଡି-ବିଜେପି ମେଣ୍ଟକୁ ନେଇ ଦିଲ୍ଲୀରେ କସରତ ଜାରି ରହିଥିବା ବେଳେ ଆସନ୍ତାକାଲି ଏ ନେଇ ଚୂଡ଼ାନ୍ତ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳିଛି। ୧୪ ତାରିଖରେ ବିଜେପି ନେତୃତ୍ଵାଧୀନ NDAର ବୈଠକ ବସିବ। ତାର ପୂର୍ବଦିନ ଅର୍ଥାତ୍ ଆସନ୍ତାକାଲି ମେଣ୍ଟ ଘୋଷଣା ହେବ ବୋଲି କୁହାଯାଉଛି। କିଛି ନେତାଙ୍କ କହିବା ଅନୁସାରେ , ଏବେ ବିଜେପି କୋର୍ଟରେ ବଲ୍ ଅଛି । ସେଥିପାଇଁ ଦିଲ୍ଲୀରେ କସରତ ଚାଲିଛି । ଆସନ୍ତାକାଲି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

ଆଗରୁ ମେଣ୍ଟ ନେଇ ଥମୁନଥିଲା ଚର୍ଚ୍ଚା । ବରଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଥିଲା । ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *