ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାବାସୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ବିଜେପି ରାଜ୍ୟ ସଭାପତି ନୟାବ ସିଂହ ସୈନି ମଙ୍ଗଳବାର ସନ୍ଧ୍ୟାରେ ହରିୟାଣାର ରାଜଭବନରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ ।

ସେ ଶପଥ ନେବା ସମୟରେ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ନୟାବ ସିଂହ ଓବିସି ସମ୍ପ୍ରଦାୟର ଏବଂ କୁରୁକ୍ଷେତ୍ରରୁ ସାଂସଦ ଅଛନ୍ତି। ଆଜି ପୂର୍ବାହ୍ଣରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ସମୟରେ କନୱର ପାଲ ଗୁର୍ଜର ମନ୍ତ୍ରୀ ଓ ଗୋପନୀୟତାର ଶପଥ ମଧ୍ୟ ନେଇଥିଲେ । କନୱର ପାଲ ଗୁର୍ଜର ଖଟ୍ଟର ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *