ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ମେଣ୍ଟକୁ ନେଇ ଉତ୍କଣ୍ଠା ଚରମ ସୀମାରେ। ମେଣ୍ଟ ହେବ କି ନାହିଁ, ଯଦି ହେବ କିଏ କେତେ ଆସନରେ ଲଢ଼ିବେ, କିଏ କେଉଁଠାରୁ ପ୍ରାର୍ଥୀ ହେବ ତାହାକୁ ନେଇ ଅଙ୍କକଷା ଚାଲିଛି। ତେବେ ଆଜି ଶେଷ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଦିଲ୍ଲୀରେ ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଓଡ଼ିଶାକୁ ନେଇ କିଛି ଚର୍ଚ୍ଚା ହୋଇନାହିଁ। ବିଜେପି ନେତୃତ୍ୱ ଏ ସମ୍ପର୍କରେ ନୀରବ ରହିଛି ।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ରୂପ ଧାରଣ କରିବା ସହ ସାତୋଟି ରାଜ୍ୟରେ ପ୍ରାୟ ୯୦ ଟି ପାର୍ଥୀଙ୍କ ନାମ ଅନୁମୋଦନ ହୋଇଥିବା ଏହି ବୈଠକର ମୁଖ୍ୟ ଆକର୍ଷଣ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଙ୍କ ସମେତ ପ୍ରମୁଖ ନେତାମାନେ ଯୋଗ ଦେଇଥିବା ଏହି ବୈଠକରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ବିହାର, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରାର୍ଥୀଙ୍କ ଉପରେ ଆଲୋଚନା କରାଯାଇଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *