ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୁଦ୍ଧରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନର ଗୁରୁତର ଅଭିଯୋଗ ଆଣିଲା ବିଜେପି । ବିଜେଡି ନେତା ଭି କ ପାଣ୍ଡିଆନ ବିଳମ୍ବିତ ରାତିରେ ପୁରୀ ଗ୍ରସ୍ତବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନୀଲ କୃଷ୍ଣ ଉପସ୍ଥିତ ଥିଲେ | ଖାଲି ସେତିକି ନ୍ଵହେଁ ତାଙ୍କ ସହ ଶ୍ରୀମନ୍ଦିର ପ୍ରସାଶନର ଆହୁରି ଅନେକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ | ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବା ବେଳେ ବିଜେଡ଼ର ଜଣେ ନେତାଙ୍କ ପାଖରେ ସରକାରୀ  ଅଧିକାରୀ ରହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ପାଣ୍ଡିଆନ କୌଣସୀ ନିର୍ଵାଚିତ ଜନପ୍ରତିନିଧି ନୁଁହନ୍ତି | ତାଙ୍କ ଗସ୍ତ ବେଳେ  କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି |

ସମାନ ଆଚରଣ ବିଧି ପାଇଁ ବିଗତ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଦିନେ ଅସିଦ୍ଧ ସାବ୍ୟସ୍ତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଦେଶକୁ ଜରୁରୀକାଳୀନ ପରିସ୍ଥିତିରେ କଳାଦିନ ଦେଖାଇଥିଲା ବୋଲି ସେ କହିଛନ୍ତି ।

ସେହି ଘଟଣାର ପୁନରାବୃତ୍ତି ଓଡ଼ିଶାରେ ଏବେ ଦେଖିବାକୁ ମିଳିଛି |  ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଭ୍ୟାସଗତ ଭାବରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି | କେଉଁଠି ନା  କେଉଁଠି ନବୀନଙ୍କ ମନରେ ଡର ପସିଛି |ନିର୍ବାଚନ ହାରିବା ଭୟରେ ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜନ୍ୟତିକ କାମରେ ତାଙ୍କ ଦପ୍ତରକୁ ବ୍ୟବହାର କରୁଛନ୍ତି ବୋଲି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି |

By Nirvay

Leave a Reply

Your email address will not be published. Required fields are marked *