ପ୍ରେମ ଓ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିନେତା ତଥା ପ୍ରଯୋଜକ ରାକେଶ କୁମାର ପାଢ଼ୀଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି କରିଛି। ବିଭିନ୍ନ ପର୍ଯ୍ୟାୟରେ ସେ ପୀଡ଼ିତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ; ପାର୍ଟିରେ ଆରମ୍ଭ ହୋଇଥିବା ଚିହ୍ନା-ପରିଚୟ ଧୀରେ ଧୀରେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ସମ୍ପର୍କ ନିବିଡ଼ ହେବା ପରେ ବିବାହର ସ୍ୱପ୍ନ ଦେଖାଇ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସମୟ ଗଡ଼ିବା ସହ ଯେତେବେଳେ ପୀଡ଼ିତା ନିଜ ଟଙ୍କା ଓ ଭବିଷ୍ୟତ ସମ୍ପର୍କରେ ପ୍ରଶ୍ନ କଲେ, ସେତେବେଳେ ଅଭିଯୁକ୍ତଜଣକ କୌଶଳକ୍ରମେ ଦୂରେଇ ଯାଇ ଯୋଗାଯୋଗ ବନ୍ଦ କରିଦେଇଥିବା ଅଭିଯୋଗ ରହିଛି।

ନିଜକୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ପୀଡ଼ିତା ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିନେତା ରାକେଶ ପାଢ଼ୀଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଏହି ଘଟଣାରେ ଆର୍ଥିକ କାରବାରର ସତ୍ୟାସତ୍ୟ ସହ ଅନ୍ୟ କୌଣସି ଦିଗ ଜଡ଼ିତ ଅଛି କି ନାହିଁ, ସେନେଇ ପୋଲିସ ବିଭିନ୍ନ ସ୍ତରରେ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *