ଭୁବନେଶ୍ୱର: ଓଡ଼ିଶାର ଅସ୍ମିତା ନେଇ ବିଜେପି ନିର୍ବାଚନ ଲଢ଼ିବ। ଓଡ଼ିଶାରେ ବିଜେପି ଏକୁଟିଆ ସରକାର ଗଠନ କରିବ। କିଛି ଏଭଳି ଦୃଢୋକ୍ତି ଆଜି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନମୋହନ କହିଛନ୍ତି ଯେ ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ମନମୋହନ କହିଛନ୍ତି ଯେ ମୁଁ ବାରମ୍ୱାର କହୁଛି ଯେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ। ନହେଲେ ମୁଁ କହିଥାନ୍ତି ଓଡ଼ିଶାରେ ଆଉ କାହା ସହ ମିଶି ସରକାର କରିବୁ। ବିଜେପି ଏକାକୀ ସରକାର ଗଠନ କରିବା ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ। ବାସ୍ତବରେ ଆଜି ସକାଳେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି। ସବୁ ଠିକ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *