ଆସନ୍ତାକାଲି ନୋଟିଫିକେସନ୍ ଜାରି କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।୯ଟି ବଡ ଗ୍ୟାରେଣ୍ଟି ସହିତ ୯୦ ସଙ୍କଳ୍ପ ଜାରି କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ ସରକାର ହେଲେ ସେଗୁଡିକୁ ପୂରଣ କରାଯିବା ନେଇ ଦଳ କହିଛି ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ କଂଗ୍ରେସର ଏହି ଗ୍ୟାରେଣ୍ଟିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ବୋନସ୍ ସହ ଧାନ ଏମଏସପି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା। ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ। ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା। ଏସଏଚଜିକୁ ବ୍ୟାଙ୍କ ଋଣ ଛାଡ, ଚିଟଫଣ୍ଡ ଅର୍ଥ ଫେରସ୍ତ।ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ସିଲିଣ୍ଡର। ସମସ୍ତଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା। କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *