ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ରାତି ୧୦ଟା ବେଳେ ଦିଲ୍ଲୀରୁ ଫେରିଛନ୍ତି ସେ। ଏବେ ସାମ୍ନାକୁ ଆସିଚି ତାଙ୍କର ବଡ ବୟାନ । ସବୁଥର ଦିଲ୍ଲୀରୁ ଫେରି ମେଣ୍ଟ ନେଇ ମନା କରୁଥିବା ମନମୋହନ ସାମଲ ଏଥର କହିଛନ୍ତି ଯେ ଦିଲ୍ଲୀରେ ମେଣ୍ଟ ବିଷୟରେ ଯାହା ନିଷ୍ପତ୍ତି ଆସିବ ଜଣାଇ ଦିଆଯିବ ।

ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏ ବିଷୟରେ କହିସାରିଛନ୍ତି । ତେଣୁ ଏ ନେଇ କୌଣସି ଦ୍ଵନ୍ଦ ନାହିଁ ବୋଲି ସେ କହିଛନ୍ତି । ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସେ କହିଛନ୍ତି  ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *