କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ପାଇଁ ବଢ଼ିଲା ଅଡୁଆ। ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାରେ ଚାର୍ଜଫ୍ରେମ୍‌ ଲାଗୁ ହୋଇଛି। ସୂଚନା ଅନୁଯାୟୀ କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି।ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି।

୨୦୧୧ ମସିହା ଜାନୁଆରୀ ୨୩ରେ ମାଡ଼ ଅଭିଯୋଗ ହୋଇଥିଲା। ତତ୍କାଳୀନ SI, ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର ଅଭିଯୋଗ ୨୦୧୧ରେ କରିଥିଲେ |

ଭର୍ତ୍ତୃହରି ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଏତଲା କରିଥିଲେ। ଗତକାଲି ସେ ବିଜେଡି ରୁ ଇସ୍ଥଫା ଦେବେ ବୋଲି ନିର୍ଭୟ ରିପୋର୍ଟରୁ ଜଣାପଡିଥିଲା। ୨୪ ଘଣ୍ଟା ମଧ୍ୟରେ ଏହି ଚାର୍ଜଫ୍ରେମ୍‌ ଦାଖଲ ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *