ଏଗ୍ରିଷ୍ଟାକ୍ ନଥିଲେ ମଧ୍ୟ ଚାଷୀମାନେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି। ଧାନ କିଣା ପ୍ରକ୍ରିୟା ଏବଂ ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରି ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ, ସେମାନେ ମଧ୍ୟ ସହଜରେ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିପାରିବେ ଏବଂ ଏହାକୁ ନେଇ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସେ ଆଉ ମଧ୍ୟ କହିଛନ୍ତି, ସରକାର ସମସ୍ତ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ ଧାନ କିଣିବାକୁ ପ୍ରସ୍ତୁତ ଥିବାବେଳେ ଏହାର ଏଗ୍ରିଷ୍ଟାକ୍ ସହିତ କୌଣସି ପ୍ରତ୍ୟକ୍ଷ ସଂପର୍କ ନାହିଁ। ତଥାପି, ଏଗ୍ରିଷ୍ଟାକ୍ କରାଇ ନେଲେ ଚାଷୀମାନଙ୍କୁ ସାର, ବିହନ ଏବଂ କୃଷି ଋଣ ପାଇବା ଭଳି ଅନ୍ୟାନ୍ୟ ସରକାରୀ ସୁବିଧା ମିଳିବାରେ ସହଜ ହେବ ବୋଲି ସେ ମତ ଦେଇଛନ୍ତି। ତେଣୁ ଯଥାଶୀଘ୍ର ଏଗ୍ରିଷ୍ଟାକ୍ କରାଇ ନେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। Post navigation Former MP N. Bhaskar Rao Sent to Jail: ୨୦୧୦ ଆଦିବାସୀ ନେତା ହତ୍ୟା ମାମଲା: ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ