ଜଗତସିଂହପୁର DRDA କାର୍ଯ୍ୟାଳୟର ମହିଳା ୱାସ୍ ରୁମ୍ରୁ ହିଡେନ କ୍ୟାମେରା ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାପାଳ DRDA ର କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍ପେଣ୍ଡ୍ କରିଛନ୍ତି । ସୂଚନା ଅନୁସାରେ, DRDA ଅଫିସର ମହିଳା ୱାସ୍ ରୁମ୍ରେ ଏକ ଗୁପ୍ତ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ତିର୍ତ୍ତୋଲ ପୋଲିସ ସମ୍ପୃକ୍ତ କିରାଣିଙ୍କୁ ଅଟକ ରଖି ପଚରାଉଚରା କରୁଛି । ହିଡେନ କ୍ୟାମେରା କିଏ ଲଗାଇଲା ଏବଂ ଏହା ପଛର ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । Post navigation Medical Tests to Be Covered Under Ayushman Card: ରୋଗୀ ଆଡମିଟ୍ ହେବାର ୩ ଦିନ ପୂର୍ବରୁ ଆୟୂଷ୍ମାନ କାର୍ଡରେ ହେବ ସମସ୍ତ ମେଡିକାଲ୍ ପରୀକ୍ଷା Odisha Vigilance arrests Cooperative official in Rs.33.80 lakh Financial Fraud