All Medical Tests to Be Covered Under Ayushman Card 3 Days Before Hospital Admission
ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ପ୍ରମୁଖ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।
 
ଆୟୂଷ୍ମାନ ସ୍ୱାସ୍ଥ୍ୟ ସେବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସମସ୍ତ ମେଡିକାଲ୍‌ ପରୀକ୍ଷା ହେବ ।
 
ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଆଡମିଟ୍‌ର ୩ ଦିନ ପୂର୍ବରୁ ଯାହା ବି ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ ଏବଂ ଏଥିପାଇଁ ରୋଗୀଙ୍କୁ ଅଲଗା ଟଙ୍କା ଦେବାକୁ ପଡ଼ିବ ନାହିଁ । ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ସହ ସମ୍ମାନଜନକ ବ୍ୟବହାର କରାଯିବ । ଏହା ପ୍ରତି ସମସ୍ତ ହସ୍ପିଟାଲ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ସଜାଗ ଓ ସଚେତନ ରହିବା ଆବଶ୍ୟକ ।
 
ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କୌଣସି ହସ୍ପିଟାଲ ଏହି ଗାଇଡ୍‌ଲାଇନ୍‌ ନ ମାନେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଆୟୂଷ୍ମାନ କାର୍ଡଧାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
All Medical Tests to Be Covered Under Ayushman Card 3 Days Before Hospital Admission
 
 
 
 

By Nirvay

Leave a Reply

Your email address will not be published. Required fields are marked *