ରାଜ୍ୟରେ ଆଗାମୀ ୪ ଦିନ ପାଇଁ ବର୍ଷାର ପ୍ରଭାବ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପ୍ରାରମ୍ଭିକ ପର୍ଯ୍ୟନ୍ତ ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାବାସୀଙ୍କ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି ହୋଇଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଏକାଧିକ ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ୧୭ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। Post navigation Student Union Elections: ଛାତ୍ର ସଂସଦ ନିର୍ବାଚନ: ଆଜି ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକରେ ନିଜର ଏଜେଣ୍ଡା ରଖିବେ ପ୍ରାର୍ଥୀ Tension at Vani Vihar Campus: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉତ୍ତେଜନା: ‘ହାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂରେ ମୁହାଁମୁହିଁ ହେଲେ ABVP ଓ BCJD