ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା ଏବଂ ପରେ ବାଲଟ୍ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖି ଭୋଟ୍ ଗଣତି କରାଯାଇଥିଲା। ପ୍ରାର୍ଥୀମାନେ ବିଜୟୀ ହୋଇ ନିଜର ସ୍ଥିତି ମଜବୁତ କରିଛନ୍ତି। ଭୁବନେଶ୍ୱରର ପ୍ରମୁଖ କଲେଜଗୁଡ଼ିକର ଫଳାଫଳକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ବିଜେବି କଲେଜରେ ABVP ପ୍ରାର୍ଥୀ ସଭାପତି ପଦ ପାଇଁ ଆର୍ଯ୍ୟନ ମହାପାତ୍ର ଏବଂ ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ଭାବେ ବିଜୟୀ ହୋଇଛନ୍ତି। ସେହିପରି ଜୟଦେବ କଲେଜରେ ମଧ୍ୟ ABVP ପ୍ରାର୍ଥୀ ବିଜୟ ହାସଲ କରିଥିବାର ସୂଚନା ମିଳିଛି। କେବଳ ରାଜଧାନୀ ନୁହେଁ, ବରଂ କଟକ କିଶୋର କଲେଜ, କେନ୍ଦୁଝର ଡିଡି କଲେଜ, ଅନୁଗୁଳ ମହିଳା କଲେଜ, ବଅଁରପାଳ PSSJ କଲେଜ୍ , ସମ୍ବଲପୁର ଜିମ୍ ବିଶ୍ୱବିଦ୍ୟାଳୟ କଲେଜ, କୁନ୍ତରା କଲେଜ୍, ମୟୂରଭଞ୍ଜ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ, କୁଚିଣ୍ଡା କେଶାଇବାହାଲ କଲେଜ୍, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅଞ୍ଜଳ କଲେଜ, ଅଞ୍ଜର ବିଜୁ ପଟ୍ଟନାୟକ କଲେଜ କୁଚିଣ୍ଡା ମହାବିଦ୍ୟାଳୟ,ବଲାଙ୍ଗିର ସରକାରୀ କଲେଜ, କେନ୍ଦୁଝର ସରକାରୀ ମହିଳା କଲେଜ, ଯୋରନ୍ଦା ମହିମା ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ଏବଂ ଧାମନଗର କଲେଜରେ ମଧ୍ୟ ABVP ପ୍ରାର୍ଥୀମାନେ ବିଜୟୀ ହୋଇ ନିଜର ସ୍ଥିତି ମଜବୁତ କରିଛନ୍ତି। ଅନ୍ୟପକ୍ଷରେ, ଯାଜପୁର ଏନ.ସି କଲେଜ, ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟ, ଝାରସୁଗୁଡା ପିକେଏସଏସ କଲେଜ, ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ, ଖଡିଆଳ ମଡେଲ କଲେଜ୍, ନିଆଳି କଲେଜ୍, ଲକ୍ଷ୍ମୀପୁର ଡିଗ୍ରି କଲେଜ, ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ୍, ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, କାମାକ୍ଷାନଗର ଡିଗ୍ରୀ କଲେଜ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ବୀରମହାରାଜପୁର କଲେଜ୍, ଦିଗପହଣ୍ଡି ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟ, ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜ, ଜଗତସିଂପୁର ତିର୍ତ୍ତୋଲ କଲେଜ ଏବଂ କମଳା ନେହରୁ କଲେଜରେ BCJD ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ସେହିପରି କଟକ ଶୈଳବାଳା କଲେଜ, ଭଞ୍ଜନଗର ତେନ୍ତୁଳିଆ ଦେବସ୍ଥାନ କଲେଜ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । Post navigation 12 अक्टूबर को सुप्रीम कोर्ट तक मार्च पर राहुल गांधी को नोटिस