chhera-pahara-ritual-concludes-by-gajapati-maharaja
ଶ୍ରଦ୍ଧା ଓ ଭକ୍ତିର ମହାପର୍ବ ରଥଯାତ୍ରାରେ ଆଜି ସର୍ବପ୍ରମୁଖ ନୀତି ‘ଛେରାପହଁରା’ ସମ୍ପନ୍ନ ହୋଇଛି । ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ ନଅରୁ ଆସି ଏହି ପବିତ୍ର ନୀତି ଆରମ୍ଭ କରିଥିଲେ ।
 
ପ୍ରଥମେ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯିବା ପରେ ଗଜପତି ମହାରାଜା ପହଣ୍ଡି ବିଜେ ସମ୍ପନ୍ନ ହେବା ପରେ ପ୍ରଥମେ ତାଳଧ୍ୱଜ ରଥରେ ସୁବାସିତ ଜଳ ସିଞ୍ଚନ କରିବା ପରେ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଥିଲେ । ପରେ ସେ ନନ୍ଦିଘୋଷ ରଥ ଦର୍ପଦଳନ ରଥକୁ ଯାଇ ସେହିଭଳି ନୀତି କରିଥିଲେ।
 
ଛେରାପହଁରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ଅନନ୍ୟ ଓ ଜୀବନ୍ତ ପରମ୍ପରା । ଗଜପତିଙ୍କ ଛେରାପହଁରା ପରେ ଚାରମାଳ ଫିଟାଯାଇଛି । ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ରଥଟଣା ।

By Nirvay

Leave a Reply

Your email address will not be published. Required fields are marked *