ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ଶେଷ କରିବେ । ଜୁନ ୧ ତାରିଖରେ ପଡ଼ିବ ଭୋଟ୍। ଆଜି ଶେଷ ଦିନରେ ମାରାଥନ ପ୍ରଚାର ପାଇଁ ସବୁ ଦଳ ଯୋଜନା କରିଛନ୍ତି । ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ଆଜି ଲାଗିବ ବ୍ରେକ ।

ଆସନ୍ତା ଶନିବାର ଜୁନ ୧ ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହି ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଲୋକସଭା ସିଟ୍‌ ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଏଥିନିମନ୍ତେ ଆଜି ଅପରାହ୍ନରେ ସରୁଛି ପ୍ରଚାର । ଏହାପରେ ଆସନ୍ତା ଶନିବାର ନିଜ ନେତା ବାଛିବେ ଭୋଟର ।

Leave a Reply

Your email address will not be published. Required fields are marked *