ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗରେ ମୌସୁମୀ ଅଗ୍ରସର ହେଉଛି।

IMD ପୂର୍ବାନୁମାନ ଅନୁସାରେ ଗୋଟିଏ ଦିନ ପୂର୍ବରୁ କେରଳ ଉପକୂଳ ଛୁଇଁଛି ମୌସୁମୀ ବାୟୁ। ଚଳିତ ବର୍ଷ ମେ ୩୧ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଏଥର ସମୟ ପୂର୍ବରୁ କେରଳ ଛୁଇଁଛି, ଯେଉଁଥି ପାଇଁ ଏଥର କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରେମାଲ କାରଣରୁ ଶନିବାର ଠାରୁ ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି ।

ସେହିପରି ଜୁନ୍ ୧୨ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏଥର ଦେଶରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ମଣିପୁର ଏବଂ ଆସାମରେ ସାଧାରଣ ମୌସୁମୀ ଜୁନରେ ଆରମ୍ଭ ହେବ। ସେହିପରି ରାଜଧାନୀ ଦିଲ୍ଲୀକୁ ମଧ୍ୟ ଜୁନରେ ଛୁଇଁବ ମୌସୁମୀ।

୫୨ ଡିଗ୍ରୀରୁ ତାପମାତ୍ରାରେ ହନ୍ତସନ୍ତ ହେଉଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେଇଛି ପାଣିପାଗ ବିଭାଗ। ଦିଲ୍ଲୀରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

By Nirvay

Leave a Reply

Your email address will not be published. Required fields are marked *