ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨୭ ତାରିଖ ଯାଏଁ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି । ପ୍ରତିଦିନ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ଯାଏ ପରୀକ୍ଷା ହେବ ।

ମାର୍ଚ୍ଚ ୧୨ରେ ପ୍ରଥମ ଭାଷା, ୧୫ରେ ବିଜ୍ଞାନ, ୧୭ରେ ଗଣିତ ଏବଂ ୧୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୧୮ ତାରିଖରେ ଭିଜୁଆଲ୍ ଆର୍ଟର ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ମାର୍ଚ୍ଚ ୨୪ରେ ଦ୍ୱିତୀୟ ଭାଷା, ୨୫ରେ ହିନ୍ଦୀ ଏବଂ ୨୭ ତାରିଖରେ ସଂସ୍କୃତ ପରୀକ୍ଷା ହେବ । ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ ।

By Nirvay

Leave a Reply

Your email address will not be published. Required fields are marked *