ନୂଆଦିଲ୍ଲୀ: ଓଡିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ। ସୋମବାର ବିଳମ୍ବିତ ରାତିରେ ସରିଲା ଦଳର କୋର କମିଟି ବୈଠକ। ଆଜି (ମଙ୍ଗଳବାର) ପୁଣି ଓଡିଶା ସମ୍ପର୍କରେ ହେବ ବିସ୍ତୃତ ଆଲୋଚନା। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୮ଟି ରାଜ୍ୟରୁ ଆସିଥିବା ଦଳୀୟ ନେତୃବୃନ୍ଦ ଯୋଗଦେଇଥିଲେ।

ଏହି ୮ଟି ରାଜ୍ୟ ଗୁଡିକ ହେଲା ଉତ୍ତର ପ୍ରଦେଶ , ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା , ଓଡିଶା , ସିକିମ୍ , ମହାରାଷ୍ଟ୍ର ଓ ଗୁଜୁରାଟ । ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ ଉତ୍ତର ପ୍ରଦେଶର ୨୫ଟି ସିଟ୍ , ରାଜସ୍ଥାନର ୧୦ଟି ସିଟ୍ , ପଶ୍ଚିମବଙ୍ଗର ୨୩ଟି ଓ ହରିୟାଣା ପରେ ଓଡିଶା ସମ୍ପର୍କରେ ଆଲୋଚନା ହୋଇଥିଲା।

ଓଡିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ସହ ଦଳୀୟ ପ୍ରଭାରୀ ସୁନୀଲ ବଂଶଲ , ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ପ୍ରମୂଖ ବୈଠକରେ ଉପସ୍ଥିତ ଥିଲେ । ତେବେ ଆଜି ପୁଣି ଓଡିଶା ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ସୋମବାର ବୈଠକ ପରେ ସୂଚନା ଦେଇଛନ୍ତି ମନମୋହନ ସାମଲ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *