ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଇଡିରେ ତୃତୀୟ ଥର ପାଇଁ ହାଜର ହେଲେ ଦୁଇ ଭାଇ ଦୀପକ ଗୁପ୍ତା ଓ ଚମ୍ପକ ଗୁପ୍ତା । ଖଣି ଦୁର୍ନୀତି ମାମଲାରେ ଦୀପକ ଓ ତାଙ୍କ ସାନ ଭାଇ ଚାମ୍ପକଙ୍କୁ ଘନ ଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୮ଶହ କୋଟିର ଖୋଳତାଡ କରୁଛି ଇଡିର ସ୍ୱତନ୍ତ୍ର ଟିମ୍ ।

ଦୁଇ ସପ୍ତାହ ତଳେ କୋଲକାତା ଓ ଓଡିଶାର ମୋଟ ୧୨ଟି ସ୍ଥାନରେ ଏନେଇ ରେଡ କରିଥିଲା ଇଡି । ଏଥିରେ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ୩୦ ଲକ୍ଷ ଟଙ୍କା ଓ ୧କୋଟି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଂଟ ଅଚଳ କରିଥିଲା ଇଡି । ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତି ସଂଲଗ୍ନ କରିବା ପାଇଁ ଇଡି ପିଏମଏଲଏ କୋର୍ଟରେ ଆବେଦନ କରିଥିବାବେଳେ, କୋର୍ଟ ତାକୁ ଗ୍ରହଣ କରିଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *