ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।ଏସବୁ ମଧ୍ୟରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ସୂଚନା।

ଜାତୀୟ ଗଣମାଧ୍ୟମ ସଂସ୍ଥା ନେଟଓ୍ବାର୍କ ୧୮ର କନକ୍ଲେଭରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଯୋଗ ଦେଇଛନ୍ତି। ଆଲୋଚନା ସମୟରେ ସେ ମେଣ୍ଟ ପ୍ରସଙ୍ଗରେ କହିଛନ୍ତି, ସରକାର ଗଠନ ପାଇଁ ବିଜୁ ଜନତା ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ। ବିଜୟ ପାଇଁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। ଦେଶରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ହେବ। ଆଗକୁ କ’ଣ ହେବ ଖୁବଶୀଘ୍ର ଜଣାପଡ଼ିବ ବୋଲି ପାଣ୍ଡିଆନ୍‌ କହିଛନ୍ତି।

ପାଣ୍ଡିଆନ୍ କହିଛନ୍ତି ଯେ ମେଣ୍ଟ ପାଇଁ କଥାବାର୍ତ୍ତା ହୋଇଛି, କିନ୍ତୁ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ କିମ୍ୱା ନିର୍ବାଚନ ଗଣିତ ନାହିଁ । ଦୁଇଜଣ ରାଷ୍ଟ୍ରନାୟକଙ୍କ ବନ୍ଧୁତ୍ୱ ଓ ବୁଝାମଣା ଏକ ବୃହତ୍ତର ସ୍ୱାର୍ଥ ପାଇଁ ହୋଇପାରେ ବୋଲି ସଙ୍କେତ ଦେଲେ ପାଣ୍ଡିଆନ । ମେଣ୍ଟର ବର୍ତ୍ତମାନ ସ୍ଥିତିକୁ ନେଇ ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ ସମସ୍ତଙ୍କୁ ଏ ବିଷୟରେ କିଛି ଚୂଡ଼ାନ୍ତ ଖବର ପାଇଁ ଅପେକ୍ଷା କରିବାକୁ କହିଥିଲେ ।

ପାଣ୍ଡିଆନ୍ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସଫଳତାର ଏକ ମୁଖ୍ୟ କାରଣ ହେଉଛି ସେ ରାଜନୀତିକୁ ରାଜନୀତି ବୋଲି ଭାବନ୍ତି ନାହିଁ କିନ୍ତୁ ଜନସାଧାରଣଙ୍କ ସେବା କରୁଥିବା ମନଭାବାରେ ଲୋକଙ୍କ ସେବା କରନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା। ଉଭୟେ ଉତ୍ତମ ବନ୍ଧୁ। ମୁଁ କେବଳ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରୁଛି। ନବୀନ ପଟ୍ଟନାୟକ ହେଉଛନ୍ତି ମୋ ଗୁରୁ। ସେ ଗଣତନ୍ତ୍ର ପଦ୍ଧତିରେ ସର୍ବାଧିକ ଥର ଜିତିଥିବା ନେତା। କେବଳ ଦେଶରେ ନୁହେଁ ବିଦେଶରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଳନୀୟ ବୋଲି ପାଣ୍ଡିଆନ କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *