ବିଜେଡିର ପଦଯାତ୍ରା ଉପଲକ୍ଷେ ବିଜେପି ସରକାର ବିରୋଧରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅଭିଯୋଗର ଆଟାକ୍‌କୁ କାଉଣ୍ଟର କରି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ନବୀନ ଗୋଟିଏ କଥା ସତ କହିଛନ୍ତି ଯେ ଲୋକ ସବୁ ଜାଣିଛନ୍ତି । ହଁ ଲୋକ ସବୁ କଥା ଜାଣିଲେ ବୋଲି ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲେ । ଲୋକ ସମର୍ଥନ ନାହିଁ ବୋଲି ଶହେ ଦିନ ପରେ ବି ସେ ଗ୍ରହଣ କରିପାରୁନାହାନ୍ତି ଯେ ଏବେ ତାଙ୍କର ରାଜ୍ୟ ରେ ଶାସନ ନାହିଁ । ଏବଂ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ସେହି ସବୁ ଗୋଟି ଗୋଟି ପୂରଣ କରୁଛି । ବିଜେପି ଯାହା କହେ ତାହା କରେ ବୋଲି ।

ସେହିପରି ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି । ୨୪ ବର୍ଷକୁ ଭୁଲି ଯାଉଛନ୍ତି, ୧୦୦ ଦିନର ସରକାରକୁ କହୁଛନ୍ତି । ବିଜେଡି ମହିଳାଙ୍କୁ ୫ଟଙ୍କା ଦେଇନି କିନ୍ତୁ ଆମେ ୫୦ ହଜାର ଦେବୁ ।

Leave a Reply

Your email address will not be published. Required fields are marked *