ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ନେଇ ଦର୍ଶକ ଓ କଳାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥିବା ବେଳେ କଂସ ମହାରାଜଙ୍କ ଭୂମିକା ପାଇଁ ନୂତନ କଳାକାରଙ୍କ ନାମ ସାମ୍ନାକୁ ଆସିଛି। ଚୟନ ପ୍ରକ୍ରିୟାରେ ୨୭ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ଗୋଲାପ ଚନ୍ଦ୍ର ଦାସ ଏହି ସମ୍ମାନଜନକ ଭୂମିକା ପାଇଁ ମନୋନୀତ ହୋଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ନୂତନ କଂସଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ଦକ୍ଷତାର ସହ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋଲାପ ଚନ୍ଦ୍ର ଦାସ ଏଥର ମଥୁରାର ଶାସକ କଂସ ଭୂମିକାରେ ଦର୍ଶକଙ୍କୁ ଦେଖିବାକୁ ମିଳିବେ। ଘୋଷଣା ଅନୁଯାୟୀ, ଆସନ୍ତା ତିନି ବର୍ଷ ଧରି ସେ କଂସ ଭୂମିକାରେ ଧନୁଯାତ୍ରାର ମଞ୍ଚ ଓ ବରଗଡ଼ ସହରକୁ ଶାସନ କରିବେ।

 

 

Leave a Reply

Your email address will not be published. Required fields are marked *