ଭୁବନେଶ୍ୱର: ଗତକାଲି ବିଜେଡ଼ ରୁ ଇସ୍ତପା ଦେବାପରେ ଆଜି ଗଣମାଧ୍ୟମ ଆଗରେ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ | ସେ କହିଛନ୍ତି ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଉଛି ଏବଂ ବିଜେଡି ଯାହାକୁ ପ୍ରାର୍ଥୀ କରିଛି, ତାଙ୍କ ସ୍ୱାମୀଙ୍କ ନାଁରେ ୱାରେଣ୍ଟ ରହିଛି | ଗଂଜେଇ ବେପାର ନେଇ ୱାରେଣ୍ଟ ଥିବା ବିଧାନସଭା ଉତ୍ତରରୁ ଜାଣିଛି |

ସେ ଆଉ ମଧ୍ୟ କହିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁବାରୀ କଅଁର ହତ୍ୟା ମାମଲାରେ ମଧ୍ୟ ସଂପୃକ୍ତ ଥିବା ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ ବିଜେଡି | ୨୦୦୪ରେ ମଧ୍ୟ ସେମିତି ଜଣେ ବ୍ୟକ୍ତିଙ୍କୁ ଟିକେଟ ଦେଲେ, ସେ ହାରିଲେ | ୨୦୧୯ରେ ଜଣଙ୍କୁ ଟିକେଟ ଦେଲେ, ସେ ଜିତିବା ପରେ ଆଉ ଆସିଲେନି | ଦଳ ପୁଣି ଥରେ ମୋ ପ୍ରତି ଅନ୍ୟାୟ କଲା, ଏଥର ସ୍ୱାଧୀନ ଭାବେ ଲଢ଼ିବି | ଅନୁଭବଙ୍କ ଏହିପରି ଆରୋପ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

 

Leave a Reply

Your email address will not be published. Required fields are marked *