ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଭାଇ ବିଶାଳ ଦାସ ଓ କିଛି ନିଜ ଲୋକ ଉପସ୍ଥିତ ଥିଲେ। ଆଜି ସକାଳୁ ସୁଶ୍ରୀ ଦାସ ନିଜ ଭାଇଙ୍କ ସହ ସରବାହଲସ୍ଥିତ ଘରୁ ବାହାରି ରାଜଶ୍ୟାମଲାଙ୍କ ମନ୍ଦିର ଓ ଝାରସୁଗୁଡ଼ାର ଇଷ୍ଟ ବାବା ଝାଡ଼େଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ।

By SonaliP

Leave a Reply

Your email address will not be published. Required fields are marked *